ଜୀବନ ତଥାପି ଅଛି ବାକି
ବଡ଼ବୋଉ ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି । ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ , ସେ କେତେ କଥା ଗପିଯାଏ ମୋ ଆଗରେ । ମୁଁ ସେମିତି ବସି ଶୁଣୁଥାଏ । ଆଜି ବଡ଼ବୋଉ ନଥିଲେ ବି ତା କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡିଯାଏ । ଥରେ ସିଏ କହିଥିଲା , “ ଆତ୍ମହତ୍ୟା ମହାପାପ । କେବେ ଆତ୍ମହତ୍ୟା କରିବା ଅନୁଚିତ ” । ଆଜି ଯେତେବେଳେ ଭାବେ , ଭାବେ କି କେତେ ସହଜରେ କଥାଟା କହିଦେଲା ! ସବୁକିଛି ସବୁବେଳେ ସହିଯିବା କ ’ ଣ ସହଜ କଥା ! ବେଳେବେଳେ କ ’ ଣ ଇଚ୍ଛା ହୁଏନି , ଏସବୁଠୁ ଦୂରକୁ , ବହୁ ଦୂରକୁ ଚାଲିଯିବା ପାଇଁ ! ନା ଥିବ ଉପସ୍ଥିତି , ନା ଥିବ କଷ୍ଟ , ଯନ୍ତ୍ରଣା । ମଣିଷ ଥିଲେ ତ ଏତେସବୁ ସହିବ ! କିନ୍ତୁ ତା ପରେ କ ’ ଣ ହେବ ! ପରର ସ୍ଥିତି ଭାବିଲେ ଲାଗେ , ଏଇଟା କ ’ ଣ ଥିଲା ସମାଧାନ ! ମଣିଷ ଅପସରି ଗଲେ ସମସ୍ୟା ତ ଅପସରି ଯିବନି ! ନିଜେ ହାରିଯିବା ସଙ୍ଗେ ସଙ୍ଗେ ଅନେକ ଭଲ ପାଉଥିବା ଲୋକ ବି ହାରିଯିବେ । ଥରେ ଭାବି ଦେଖିଲେ ! ଆପଣ ସବୁଦିନ କାମ ସାରି ଯେତେବେଳେ ଘରକୁ ଫେରନ୍ତି , ଘରେ କେହି ଜଣେ ଆପଣଙ୍କ ବାଟ ଚାହିଁ ବସିଥିବ । କେହି ଜଣେ ଅଖିଆ ଅପିଆ ଅନେଇ ବସିଥିବ, ଆସିଲେ ସାଙ୍ଗ ହୋଇ ଖାଇବ ବୋଲି । କେହି ଜଣେ ଆପଣଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବ , ଆପ