Posts

Showing posts with the label Poem

କଟକ

Image
କଟକ    ହଜାର ବର୍ଷର ପୁରୁଣା ସହର ଯେତିକି ପୁରୁଣା ସେତିକି ନିଜର| ବାଉନ ବଜାର ତେପନ ଗଳି ବଖାଣି ବସିଲେ ନିଅଣ୍ଟ କାଳି| ନୃପ କେଶରୀଙ୍କ ପରିକଳ୍ପନା ବାଇମୁଣ୍ଡି ପୁଣି କରିଥିଲା ଚିନ୍ତା| ଐତିହ୍ୟ ସଂସ୍କୃତି କଳାର ସହର ରୂପା ତାରକସି ଚାନ୍ଦିର ସହର| କଟକୀ ରାଣୀ ମା କଟକ ଚଣ୍ଡୀ କଟକ ନଗର ମଉଡ ମଣି| ନଅତଳ ପ୍ରାସାଦ ଦୁର୍ଗ ପ୍ରାଚୀର ସାକ୍ଷୀ କଳିଙ୍ଗ ବୀର ପରାକ୍ରମର । କଳିଙ୍ଗ ଇତିହାସର ମୁକ ସାକ୍ଷୀ ଗଡ଼ଖାଇର ହଜିଲା ସ୍ରୋତ ଆଉ ଭଗ୍ନ ବାରବାଟୀ । ମହାନଦୀ ବୁକେ ନାଆଁ ମେଲେଇ ସାଧବ ଯାଉଥିଲା ବଣିଜ କରି । ବିପଣି ବିକେ ପୁଣି ମେଲେଇ ପସରା ସେଇ ନାମେ ଆଜି ଖ୍ୟାତ ବାଲିଯାତ୍ରା । ଭାଇଚାରାର ସହର , ଆପଣା ସହର ସଭିଙ୍କୁ ଆପଣାଏ କରି ନିଜର ନଥାଏ ଭେଦଭାବ ବାଛବିଚାର । ଦଶହରା ବି କଟକିଆର ଇଦ୍ ବି କଟକିଆର କଟକର ସବୁ ପର୍ବ କଟକିଆର । ଏ ସହର ଯାହାକୁ କରିଛି ନିଜର ସହଜେ କି ସେ ତାକୁ କରିପାରେ ପର !

ପ୍ରେମର ପରିଭାଷା

Image
ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କହି କି ପାରିବ, କେମିତି ଦ୍ରବ୍ୟ ସେ ପ୍ରେମ? ସେ କ ’ ଣ   ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ, ନା ସମ୍ପର୍କର ହାଟରେ ମୂଲ୍ୟହୀନ ଅବା ଦୁର୍ମୂଲ୍ୟ !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବୁଝାଇ କି ପାରିବ, ଭାବ ସେ ପ୍ରେମର? ସେ କ ’ ଣ ଶାଶ୍ଵତ ଚିରନ୍ତନ, ନା କ୍ଷଣିକର ଆକର୍ଷଣ ଅବା ଭ୍ରାନ୍ତ ମନର ଏକ ଭ୍ରମ !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବତେଇ କି ପାରିବ, ସଂଜ୍ଞା ସେ ପ୍ରେମର? ସେ କ ’ ଣ ପ୍ରତିଛବି ଏକ ଚିହ୍ନା ମୁହଁର, ନା ପରିକଳ୍ପନା କୌଣସି ଅଚିହ୍ନା ଚେହେରାର ଅବା ସଂଜ୍ଞା ବିହୀନ , ପରିଚୟହୀନ କେବଳ ଏକ ଶରୀର !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବର୍ଣ୍ଣିକି ପାରିବ, ତାକୁ ଭାଷାରେ ବର୍ଣ୍ଣନା? ସେ କ ’ ଣ କବିର କବିତା ନା କଥାକାରର ରୂପକଥା ଅବା ଭାଷାହୀନ , ଅବର୍ଣ୍ଣନୀୟ ସୁନ୍ଦର ଏକ କଳ୍ପନା !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କରି କି ପାରିବ, ତା ’ ର ରୂପର ଚିତ୍ରଣ? ସେ କ ’ ଣ ରୂପ ରାଇଜର ପରୀ, ନା ମାନବୀ ରୂପଧାରୀ ଅପ୍ସରୀ ଅବା ରଙ୍ଗରୂପହୀନ , ବର୍ଣ୍ଣହୀନ ପରିକଳ୍ପିତ ମନୋହାରୀ   ଏଇ ଯେ ତୁମେ କୁ...

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

Image
ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଥାପିଲି ଯେବେ ପୟର ଶ୍ରୀମନ୍ଦିରେ ତୁମର ବିସ୍ମରିଲି ଜଗତ ସଂସାର ଆଖି ଲାଖିଲା ଦେଖି ଶ୍ରୀମୁଖ ତୁମର ।   ଭାବିଥିଲି ସେ ଯେ ଜଗତ ସାମନ୍ତ ମନ ଜାଣି କାଳେ ଜିଣନ୍ତି ମନ ହେଲେ ପ୍ରତିଥର ହେଲା ବିସ୍ମରଣ ପ୍ରାପ୍ତୀଚ୍ଛାର୍ଥେ ଲୋଭିତ ଲୋଭୀ ମନ ।   ଜାଣେ ମୁଁ ତୁମ୍ଭେ ସର୍ବବ୍ୟାପ୍ତ ସ୍ଥୂଳେ ସୂକ୍ଷ୍ମେ ସର୍ବତ୍ର ବିରାଜିତ ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧ୍ଵରେ ତୁମେ ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ ତୁମେ ।   ତଥାପି ଏ ଅଜ୍ଞାନ ମୂଢ ମନ ଖୋଜେ ତୁମକୁ ହାରି ତନୁମନ ମନେ ଜନ୍ମ ନିଏ ପୁଣି ମିଛ ସ୍ପର୍ଦ୍ଧା ବାନ୍ଧି ରଖିବାକୁ ତୁମକୁ କରେ ଆସ୍ପର୍ଦ୍ଧା ।   ଜାଣେ ମୁଁ ତୁମେ ଯେ ଅରୂପ ତଥାପି ଦେବାକୁ ଚାହେଁ ରୂପ କେବେ ପଥରକୁ ଦିଏ ରୂପ ତ କେବେ ଚିତ୍ରରେ ଭରେ ରଙ୍ଗ । ତଥାପି ବୁଝେନା ଏ ମନ ମନେ ଭାଳେ ରତ୍ନବେଦୀରେ ଦର୍ଶନ କେତେ ସାଜସଜ୍ଜାରେ ସୁଶୋଭିତ ଭଳିକି ଭଳି ଧରନ୍ତି ରୂପ ।   କରିଛ କି ପ୍ରଭୂ ଅଭିମାନ ଫେରାଇ ନିଅ ତେଣୁ ନୟନ ଫିଟାଇବନି କି ପ୍ରଭୂ ଦ୍ଵାର ତୁମର ଦର୍ଶନୁ ବଞ୍ଚିତ ହେବ ନୟନ ମୋର ।   ତୁମେ ତ   ପ୍ରଭୂ ମାନଭଞ୍ଜନ ଭାଙ୍ଗିପାରିବ କେ ତୁମ୍ଭ ଅଭିମାନ ଦେଖ ପ୍ରଭୂ ଫେଡି କୃପାନୟନ ଧନ୍ୟ ହେବ ଏ ଦୀନ ଅକିଞ୍ଚନ ।