Posts

ପରିସମାପ୍ତିର ପୂର୍ବରୁ

Image
ପରିସମାପ୍ତିର ଠିକ ପୂର୍ବରୁ ସବୁକିଛି ପୁଣି କାହିଁକି ଜୀବନ୍ତ ହୋଇଉଠେ! ସ୍ମୃତିର ବକ୍ଷ ଚିରି ଅତୀତ ଆଜି ଭାସି ଉଠେ ଜଳଜଳ କରି ଆଖି ଆଗରେ ।   ଇତିର ଅୟମାରମ୍ଭ ଆଗରୁ ଆରମ୍ଭ କାହିଁକି ଆଜି ପୁନଶ୍ଚ ସ୍ଵପ୍ନ ଦେଖାଏ ଆଉ ଏକ ନୂଆ ଆରମ୍ଭର! ଭିନ୍ନ ମୋଡ ନେବାକୁ ଚାହେଁ ଗତିପଥ ଜୀବନର , ବଦଳାଇଦେବାକୁ ଚାହେଁ ରୂପ ଇତିର।   ନାଟକରେ ଯବନୀକା ପଡିବା ଆଗରୁ ଶେଷ ଦୃଶ୍ୟର ଠିକ ଆଗରୁ ଭାସିଉଠନ୍ତି ମାନସପଟରେ କାହାଣୀର ଚରିତ୍ର ସବୁ ! ଇଚ୍ଛା ହୁଏ ଭିନ୍ନ ରୂପ ଦେବାକୁ କିଛି ଚରିତ୍ରକୁ ଲେଖିଦେବାକୁ ଆଉ ଏକ ନୂଆ ରୂପରେ।   ସମୟ ସରିଆସୁଥିବା ବେଳେ   ଅତୀତ କାହିଁକି ଜାବୁଡି ଧରେ ଜୋରରେ , ଆହୁରି ଜୋରରେ!   ନିଃଶ୍ଵାସ ଛାଡିଯାଉଥିବା ବେଳେ ବିଶ୍ଵାସ କାହିଁକି ହୋଇଉଠେ ଆହୁରି ଦୃଢରୁ ଦୃଢତର! ଜୀବନର ଆସକ୍ତି ବାନ୍ଧି ବସେ , ଆଉ କିଛି ସମୟ ବଞ୍ଚିଯିବାର ଆଶା । ଧରି ରଖିବାକୁ ଚାହେଁ ସମୟର ଡୋରି ଚିରକାଳ ଲାଗି ନିଜ ହାତମୁଠାରେ।   ସବୁ ଶେଷର ଆରମ୍ଭ ଆଗରୁ ହଠାତ ସବୁକିଛି ନୂଆ ରୂପରେ ପରିକଳ୍ପନାର ଆରମ୍ଭ ହୁଏ ହୃଦୟ କାହିଁକି ଉଦ୍‌ବେଳିତ ହୁଏ ସବୁ ପରିସମାପ୍ତିର ଠିକ ଆଗରୁ!  

ଜୀବନ ତଥାପି ଅଛି ବାକି

Image
  ବଡ଼ବୋଉ ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି । ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ , ସେ କେତେ କଥା ଗପିଯାଏ ମୋ ଆଗରେ । ମୁଁ ସେମିତି ବସି ଶୁଣୁଥାଏ । ଆଜି ବଡ଼ବୋଉ ନଥିଲେ ବି ତା କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡିଯାଏ । ଥରେ ସିଏ କହିଥିଲା , “ ଆତ୍ମହତ୍ୟା ମହାପାପ । କେବେ ଆତ୍ମହତ୍ୟା କରିବା ଅନୁଚିତ ” । ଆଜି ଯେତେବେଳେ ଭାବେ , ଭାବେ କି କେତେ ସହଜରେ କଥାଟା କହିଦେଲା ! ସବୁକିଛି ସବୁବେଳେ ସହିଯିବା କ ’ ଣ ସହଜ କଥା ! ବେଳେବେଳେ କ ’ ଣ ଇଚ୍ଛା ହୁଏନି , ଏସବୁଠୁ ଦୂରକୁ , ବହୁ ଦୂରକୁ ଚାଲିଯିବା ପାଇଁ ! ନା ଥିବ ଉପସ୍ଥିତି , ନା ଥିବ କଷ୍ଟ , ଯନ୍ତ୍ରଣା । ମଣିଷ ଥିଲେ ତ ଏତେସବୁ ସହିବ ! କିନ୍ତୁ ତା ପରେ କ ’ ଣ ହେବ ! ପରର ସ୍ଥିତି ଭାବିଲେ ଲାଗେ , ଏଇଟା କ ’ ଣ ଥିଲା ସମାଧାନ ! ମଣିଷ ଅପସରି ଗଲେ ସମସ୍ୟା ତ ଅପସରି ଯିବନି ! ନିଜେ ହାରିଯିବା ସଙ୍ଗେ ସଙ୍ଗେ ଅନେକ ଭଲ ପାଉଥିବା ଲୋକ ବି ହାରିଯିବେ । ଥରେ ଭାବି ଦେଖିଲେ ! ଆପଣ ସବୁଦିନ କାମ ସାରି ଯେତେବେଳେ ଘରକୁ ଫେରନ୍ତି , ଘରେ କେହି ଜଣେ ଆପଣଙ୍କ ବାଟ ଚାହିଁ ବସିଥିବ । କେହି ଜଣେ ଅଖିଆ ଅପିଆ ଅନେଇ ବସିଥିବ, ଆସିଲେ ସାଙ୍ଗ ହୋଇ ଖାଇବ ବୋଲି । କେହି ଜଣେ ଆପଣଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବ , ଆପ

Are they really lost?

Image
  Memories, even most precious ones fade surprisingly quickly. Hence memories should always be preserved for future and should not be let buried in sands of time.             From childhood to till date most of the days of my life have been spent with Babi and Maa.Today I am trying to pick up some pieces of memory from the memory lane and build a block. But no word fits enough to describe them. The pen will never be able to move fast enough to write down every word discovered in space of memory. Still I would like to share some of those golden moments.            5 th September 2011, the day I’ll never forget. Babi was on leave that day.   So I had a chance to have a sip of tea with Babi along with the whole family. We all; Baba, Mummy, Babi, me and my younger sister together had a splendid moment. But who knew that this is the last time that we are sitting together? I had to go for college; so I left. But I had to return from midway as there was heavy rain and it was almost imp

ପ୍ରେମର ପରିଭାଷା

Image
ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କହି କି ପାରିବ, କେମିତି ଦ୍ରବ୍ୟ ସେ ପ୍ରେମ? ସେ କ ’ ଣ   ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ, ନା ସମ୍ପର୍କର ହାଟରେ ମୂଲ୍ୟହୀନ ଅବା ଦୁର୍ମୂଲ୍ୟ !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବୁଝାଇ କି ପାରିବ, ଭାବ ସେ ପ୍ରେମର? ସେ କ ’ ଣ ଶାଶ୍ଵତ ଚିରନ୍ତନ, ନା କ୍ଷଣିକର ଆକର୍ଷଣ ଅବା ଭ୍ରାନ୍ତ ମନର ଏକ ଭ୍ରମ !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବତେଇ କି ପାରିବ, ସଂଜ୍ଞା ସେ ପ୍ରେମର? ସେ କ ’ ଣ ପ୍ରତିଛବି ଏକ ଚିହ୍ନା ମୁହଁର, ନା ପରିକଳ୍ପନା କୌଣସି ଅଚିହ୍ନା ଚେହେରାର ଅବା ସଂଜ୍ଞା ବିହୀନ , ପରିଚୟହୀନ କେବଳ ଏକ ଶରୀର !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବର୍ଣ୍ଣିକି ପାରିବ, ତାକୁ ଭାଷାରେ ବର୍ଣ୍ଣନା? ସେ କ ’ ଣ କବିର କବିତା ନା କଥାକାରର ରୂପକଥା ଅବା ଭାଷାହୀନ , ଅବର୍ଣ୍ଣନୀୟ ସୁନ୍ଦର ଏକ କଳ୍ପନା !   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କରି କି ପାରିବ, ତା ’ ର ରୂପର ଚିତ୍ରଣ? ସେ କ ’ ଣ ରୂପ ରାଇଜର ପରୀ, ନା ମାନବୀ ରୂପଧାରୀ ଅପ୍ସରୀ ଅବା ରଙ୍ଗରୂପହୀନ , ବର୍ଣ୍ଣହୀନ ପରିକଳ୍ପିତ ମନୋହାରୀ   ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି …..

ଅସ୍ଥିତ୍ଵର ସନ୍ଧାନେ

Image
ଦେଖିଛ ସିନା ତା ରୂପମାଧୁରୀକୁ, ଉଙ୍କି ମାରିଛ କି ତା ମନ ଭିତରକୁ? ଅନ୍ତରଟା ସିନା କ୍ଷତବିକ୍ଷତ, ମୁଖଟା କିନ୍ତୁ ଭାରି ସଂଯତ। ସୁନା ପଞ୍ଜୁରୀରେ ସୁନାର ଶାରୀ, ପାଦରେ ବନ୍ଧା ତା ସୁନା ବାଜେଣି। ଆଖିରେ ଭରିଛି ସ୍ଵପ୍ନ ଅସୁମାରି, ଲଙ୍ଘି ଯିବାକୁ ଚାହେଁ ଦୂର ସାଗର ଗିରି। ସୂର୍ଯ୍ୟ ଉଦୟେ ରାତ୍ରିର ମୃତ୍ୟୁ , ତନ୍ଦ୍ରା ଭାଙ୍ଗିଗଲେ ସ୍ଵପ୍ନର ମୃତ୍ୟୁ। ଜାଣେନା ସେ କି ବା ବଣର ମଲ୍ଲୀ, ଅବା ସେ କି ଏକ ଝରା ଶେଫାଳି! ଦିଗର ସନ୍ଧାନେ ହୁଏ ଦିଶାହରା, ଖୋଜୁଛି ଆଜି ସେ ନିଜ ଠିକଣା। ଆଶ୍ଵାସନା ହୁଏ ମିଥ୍ୟା ପ୍ରତିଶୃତି, ଆଇନା ଦେଖାଏ ମିଛ ପ୍ରତିଛବି। କଳ୍ପିତ ନାଟକେ ସାଜେ ଅଭିନେତ୍ରୀ, ଅନ୍ୟର ଯାତ୍ରାରେ ସାଜେ ସହଯାତ୍ରୀ। ଅନ୍ୟ ପରିଚୟେ ହୁଏ ପରିଚିତା, ଅସ୍ଥିତ୍ଵ ହରା ସେ ଖୋଜେ ଅସ୍ମିତା।

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

Image
ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଥାପିଲି ଯେବେ ପୟର ଶ୍ରୀମନ୍ଦିରେ ତୁମର ବିସ୍ମରିଲି ଜଗତ ସଂସାର ଆଖି ଲାଖିଲା ଦେଖି ଶ୍ରୀମୁଖ ତୁମର ।   ଭାବିଥିଲି ସେ ଯେ ଜଗତ ସାମନ୍ତ ମନ ଜାଣି କାଳେ ଜିଣନ୍ତି ମନ ହେଲେ ପ୍ରତିଥର ହେଲା ବିସ୍ମରଣ ପ୍ରାପ୍ତୀଚ୍ଛାର୍ଥେ ଲୋଭିତ ଲୋଭୀ ମନ ।   ଜାଣେ ମୁଁ ତୁମ୍ଭେ ସର୍ବବ୍ୟାପ୍ତ ସ୍ଥୂଳେ ସୂକ୍ଷ୍ମେ ସର୍ବତ୍ର ବିରାଜିତ ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧ୍ଵରେ ତୁମେ ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ ତୁମେ ।   ତଥାପି ଏ ଅଜ୍ଞାନ ମୂଢ ମନ ଖୋଜେ ତୁମକୁ ହାରି ତନୁମନ ମନେ ଜନ୍ମ ନିଏ ପୁଣି ମିଛ ସ୍ପର୍ଦ୍ଧା ବାନ୍ଧି ରଖିବାକୁ ତୁମକୁ କରେ ଆସ୍ପର୍ଦ୍ଧା ।   ଜାଣେ ମୁଁ ତୁମେ ଯେ ଅରୂପ ତଥାପି ଦେବାକୁ ଚାହେଁ ରୂପ କେବେ ପଥରକୁ ଦିଏ ରୂପ ତ କେବେ ଚିତ୍ରରେ ଭରେ ରଙ୍ଗ । ତଥାପି ବୁଝେନା ଏ ମନ ମନେ ଭାଳେ ରତ୍ନବେଦୀରେ ଦର୍ଶନ କେତେ ସାଜସଜ୍ଜାରେ ସୁଶୋଭିତ ଭଳିକି ଭଳି ଧରନ୍ତି ରୂପ ।   କରିଛ କି ପ୍ରଭୂ ଅଭିମାନ ଫେରାଇ ନିଅ ତେଣୁ ନୟନ ଫିଟାଇବନି କି ପ୍ରଭୂ ଦ୍ଵାର ତୁମର ଦର୍ଶନୁ ବଞ୍ଚିତ ହେବ ନୟନ ମୋର ।   ତୁମେ ତ   ପ୍ରଭୂ ମାନଭଞ୍ଜନ ଭାଙ୍ଗିପାରିବ କେ ତୁମ୍ଭ ଅଭିମାନ ଦେଖ ପ୍ରଭୂ ଫେଡି କୃପାନୟନ ଧନ୍ୟ ହେବ ଏ ଦୀନ ଅକିଞ୍ଚନ ।