ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ଥାପିଲି ଯେବେ ପୟର

ଶ୍ରୀମନ୍ଦିରେ ତୁମର

ବିସ୍ମରିଲି ଜଗତ ସଂସାର

ଆଖି ଲାଖିଲା ଦେଖି ଶ୍ରୀମୁଖ ତୁମର ।

 

ଭାବିଥିଲି ସେ ଯେ ଜଗତ ସାମନ୍ତ

ମନ ଜାଣି କାଳେ ଜିଣନ୍ତି ମନ

ହେଲେ ପ୍ରତିଥର ହେଲା ବିସ୍ମରଣ

ପ୍ରାପ୍ତୀଚ୍ଛାର୍ଥେ ଲୋଭିତ ଲୋଭୀ ମନ ।

 

ଜାଣେ ମୁଁ ତୁମ୍ଭେ ସର୍ବବ୍ୟାପ୍ତ

ସ୍ଥୂଳେ ସୂକ୍ଷ୍ମେ ସର୍ବତ୍ର ବିରାଜିତ

ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧ୍ଵରେ ତୁମେ

ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ ତୁମେ ।

 

ତଥାପି ଏ ଅଜ୍ଞାନ ମୂଢ ମନ

ଖୋଜେ ତୁମକୁ ହାରି ତନୁମନ

ମନେ ଜନ୍ମ ନିଏ ପୁଣି ମିଛ ସ୍ପର୍ଦ୍ଧା

ବାନ୍ଧି ରଖିବାକୁ ତୁମକୁ କରେ ଆସ୍ପର୍ଦ୍ଧା ।

 

ଜାଣେ ମୁଁ ତୁମେ ଯେ ଅରୂପ

ତଥାପି ଦେବାକୁ ଚାହେଁ ରୂପ

କେବେ ପଥରକୁ ଦିଏ ରୂପ

ତ କେବେ ଚିତ୍ରରେ ଭରେ ରଙ୍ଗ ।


ତଥାପି ବୁଝେନା ଏ ମନ

ମନେ ଭାଳେ ରତ୍ନବେଦୀରେ ଦର୍ଶନ

କେତେ ସାଜସଜ୍ଜାରେ ସୁଶୋଭିତ

ଭଳିକି ଭଳି ଧରନ୍ତି ରୂପ ।

 

କରିଛ କି ପ୍ରଭୂ ଅଭିମାନ

ଫେରାଇ ନିଅ ତେଣୁ ନୟନ

ଫିଟାଇବନି କି ପ୍ରଭୂ ଦ୍ଵାର ତୁମର

ଦର୍ଶନୁ ବଞ୍ଚିତ ହେବ ନୟନ ମୋର ।

 

ତୁମେ ତ  ପ୍ରଭୂ ମାନଭଞ୍ଜନ

ଭାଙ୍ଗିପାରିବ କେ ତୁମ୍ଭ ଅଭିମାନ

ଦେଖ ପ୍ରଭୂ ଫେଡି କୃପାନୟନ

ଧନ୍ୟ ହେବ ଏ ଦୀନ ଅକିଞ୍ଚନ ।


Comments

Post a Comment

Popular posts from this blog

ଜୀବନ ତଥାପି ଅଛି ବାକି

ପ୍ରେମର ପରିଭାଷା

THE BIGGEST LIAR