ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ଥାପିଲି ଯେବେ ପୟର

ଶ୍ରୀମନ୍ଦିରେ ତୁମର

ବିସ୍ମରିଲି ଜଗତ ସଂସାର

ଆଖି ଲାଖିଲା ଦେଖି ଶ୍ରୀମୁଖ ତୁମର ।

 

ଭାବିଥିଲି ସେ ଯେ ଜଗତ ସାମନ୍ତ

ମନ ଜାଣି କାଳେ ଜିଣନ୍ତି ମନ

ହେଲେ ପ୍ରତିଥର ହେଲା ବିସ୍ମରଣ

ପ୍ରାପ୍ତୀଚ୍ଛାର୍ଥେ ଲୋଭିତ ଲୋଭୀ ମନ

 

ଜାଣେ ମୁଁ ତୁମ୍ଭେ ସର୍ବବ୍ୟାପ୍ତ

ସ୍ଥୂଳେ ସୂକ୍ଷ୍ମେ ସର୍ବତ୍ର ବିରାଜିତ

ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧ୍ଵରେ ତୁମେ

ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ ତୁମେ ।

 

ତଥାପି ଏ ଅଜ୍ଞାନ ମୂଢ ମନ

ଖୋଜେ ତୁମକୁ ହାରି ତନୁମନ

ମନେ ଜନ୍ମ ନିଏ ପୁଣି ମିଛ ସ୍ପର୍ଦ୍ଧା

ବାନ୍ଧି ରଖିବାକୁ ତୁମକୁ କରେ ଆସ୍ପର୍ଦ୍ଧା

 

ଜାଣେ ମୁଁ ତୁମେ ଯେ ଅରୂପ

ତଥାପି ଦେବାକୁ ଚାହେଁ ରୂପ

କେବେ ପଥରକୁ ଦିଏ ରୂପ

ତ କେବେ ଚିତ୍ରରେ ଭରେ ରଙ୍ଗ ।


ତଥାପି ବୁଝେନା ଏ ମନ

ମନେ ଭାଳେ ରତ୍ନବେଦୀରେ ଦର୍ଶନ

କେତେ ସାଜସଜ୍ଜାରେ ସୁଶୋଭିତ

ଭଳିକି ଭଳି ଧରନ୍ତି ରୂପ ।

 

କରିଛ କି ପ୍ରଭୂ ଅଭିମାନ

ଫେରାଇ ନିଅ ତେଣୁ ନୟନ

ଫିଟାଇବନି କି ପ୍ରଭୂ ଦ୍ଵାର ତୁମର

ଦର୍ଶନୁ ବଞ୍ଚିତ ହେବ ନୟନ ମୋର

 

ତୁମେ ତ  ପ୍ରଭୂ ମାନଭଞ୍ଜନ

ଭାଙ୍ଗିପାରିବ କେ ତୁମ୍ଭ ଅଭିମାନ

ଦେଖ ପ୍ରଭୂ ଫେଡି କୃପାନୟନ

ଧନ୍ୟ ହେବ ଏ ଦୀନ ଅକିଞ୍ଚନ


Comments

Post a Comment

Popular posts from this blog

ଜୀବନ ତଥାପି ଅଛି ବାକି

ସତରେ କଣ ସବୁ ପ୍ରତିସ୍ଥାପନୀୟ?