ପ୍ରେମର ପରିଭାଷା


ଏଇ ଯେ ତୁମେ କୁହ

ପ୍ରେମ ପ୍ରେମ ବୋଲି

କହି କି ପାରିବ,

କେମିତି ଦ୍ରବ୍ୟ ସେ ପ୍ରେମ?

ସେ  ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ,

ନା ସମ୍ପର୍କର ହାଟରେ

ମୂଲ୍ୟହୀନ ଅବା ଦୁର୍ମୂଲ୍ୟ!

 

ଏଇ ଯେ ତୁମେ କୁହ

ପ୍ରେମ ପ୍ରେମ ବୋଲି

ବୁଝାଇ କି ପାରିବ,

ଭାବ ସେ ପ୍ରେମର?

ସେ ଶାଶ୍ଵତ ଚିରନ୍ତନ,

ନା କ୍ଷଣିକର ଆକର୍ଷଣ

ଅବା ଭ୍ରାନ୍ତ ମନର ଏକ ଭ୍ରମ!

 

ଏଇ ଯେ ତୁମେ କୁହ

ପ୍ରେମ ପ୍ରେମ ବୋଲି

ବତେଇ କି ପାରିବ,

ସଂଜ୍ଞା ସେ ପ୍ରେମର?

ସେ ପ୍ରତିଛବି ଏକ ଚିହ୍ନା ମୁହଁର,

ନା ପରିକଳ୍ପନା କୌଣସି ଅଚିହ୍ନା ଚେହେରାର

ଅବା ସଂଜ୍ଞା ବିହୀନ, ପରିଚୟହୀନ

କେବଳ ଏକ ଶରୀର!

 

ଏଇ ଯେ ତୁମେ କୁହ

ପ୍ରେମ ପ୍ରେମ ବୋଲି

ବର୍ଣ୍ଣିକି ପାରିବ,

ତାକୁ ଭାଷାରେ ବର୍ଣ୍ଣନା?

ସେ କବିର କବିତା

ନା କଥାକାରର ରୂପକଥା

ଅବା ଭାଷାହୀନ, ଅବର୍ଣ୍ଣନୀୟ

ସୁନ୍ଦର ଏକ କଳ୍ପନା!

 

ଏଇ ଯେ ତୁମେ କୁହ

ପ୍ରେମ ପ୍ରେମ ବୋଲି

କରି କି ପାରିବ,

ତା ରୂପର ଚିତ୍ରଣ?

ସେ ରୂପ ରାଇଜର ପରୀ,

ନା ମାନବୀ ରୂପଧାରୀ ଅପ୍ସରୀ

ଅବା ରଙ୍ଗରୂପହୀନ, ବର୍ଣ୍ଣହୀନ

ପରିକଳ୍ପିତ ମନୋହାରୀ

 

ଏଇ ଯେ ତୁମେ କୁହ

ପ୍ରେମ ପ୍ରେମ ବୋଲି…..

Comments

  1. ସତରେ ବହୁତ ସୁନ୍ଦର ଲେଖିଲେ 👌💓💐😊

    ହଁ
    ପ୍ରେମ ଶାଶ୍ଵତ ଚିରନ୍ତନ ସତ୍ୟ
    କେବେ ତାହା,କବିର ଭାବନାରେ
    କେବେ ପୁଣି କୋମଳ ଏକ ମନରେ!

    ବିରହିଣୀର ମଧୁର କାତରତାରେ
    ମିଠା ସେ ସ୍ମୃତିର ଆକୁଳତାରେ
    ପ୍ରକୃତିର ନିବିଡତା ସୈାନ୍ଦଯ୍ୟରେ
    ଏସବୁ ତ ହିଁ ପ୍ରେମ!
    ନା ଆଉ କିଛି କୁହ?

    ହଁ ପ୍ରେମର ଆକାର, ବର୍ଣ୍ଣ,ନଥାଏ
    ହେଲେ କହି ପାରିବ
    କେହି ଏସବୁ ବ୍ୟତିରକେ
    ପ୍ରେମ କିଏ କେବେ କରିଛି
    ନା ତାହା ଆଉକିଛି?

    ହଁ ଏହା ସତ୍ୟ ଯେ
    ପ୍ରେମ ଶାଶ୍ଵତ ଚିରନ୍ତନ ସତ୍ୟ
    ହେଲେ ଟଙ୍କା ପଛରେ ଥିବା ଦୁନିଆଁ
    ମୋହରେ ଗ୍ରସ୍ତ ଏ ରଙ୍ଗବର୍ଣ୍ଣ!
    ଅଚିହ୍ନା କେଉଁ ପ୍ରତି ଛବି
    ଅବା, କୈାଣସି ଆକର୍ଷଣ ବିନା
    କ'ଣ କେହି କେବେ
    ଏହାକୁ କେଉଁ ନାମ ଦେଇପାରିଛି?

    ଯିଏ ପ୍ରେମକୁ ଭଲପାଏ
    ମିଳନ କି ବିଚ୍ଛେଦରେ ନୁହେଁ
    ହାରିବା କି ଜିତିବାରେ ନୁହେଁ
    ବରଂ ବିଶ୍ୱାସ,ଭରଷା, ସ୍ନେହ
    ତ୍ୟାଗ ଓ ବଳିଦାନ ତଥା
    ସମ୍ମାନ ତଥା ଶ୍ରଦ୍ଧା ଜାଣିଛି
    ସେ ହିଁ ପ୍ରକୃତ ପ୍ରେମ ବୁଝିପାରେ!!
    ହଁ ପ୍ରେମ ଏକ ପବିତ୍ର ବନ୍ଧନର ଗ୍ରନ୍ଥାଗାର
    ହଁ ସେ ଶାସ୍ବତ ଚିରନ୍ତନ.....
    (ଏମିତି କିଛି ନିଜସ୍ଵ ମତ ଦେଲି, ଯଦି ଭୁଲ୍ ଥାଏ ତେବେ ଦୋଷ ଧରିବେନି)

    ReplyDelete
    Replies
    1. ଧନ୍ୟବାଦ 🙏
      ବହୁତ ସୁନ୍ଦର ଲେଖିଲେ।

      Delete
  2. ବହୁତ୍ ସୁନ୍ଦର୍ ହେଇଛି ଦିଦି

    ReplyDelete
    Replies
    1. ଦିଦି 😂😂
      ଆପନାକେ ଅନେକ ଧନ୍ନୋବାଦ ଗୋ ଦାଦା

      Delete
  3. ପ୍ରେମ ...is wet feelings.

    ReplyDelete

Post a Comment

Popular posts from this blog

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

କଟକ

ସତରେ କଣ ସବୁ ପ୍ରତିସ୍ଥାପନୀୟ?