ଅସ୍ଥିତ୍ଵର ସନ୍ଧାନେ




ଦେଖିଛ ସିନା ତା ରୂପମାଧୁରୀକୁ,

ଉଙ୍କି ମାରିଛ କି ତା ମନ ଭିତରକୁ?

ଅନ୍ତରଟା ସିନା କ୍ଷତବିକ୍ଷତ,

ମୁଖଟା କିନ୍ତୁ ଭାରି ସଂଯତ।


ସୁନା ପଞ୍ଜୁରୀରେ ସୁନାର ଶାରୀ,

ପାଦରେ ବନ୍ଧା ତା ସୁନା ବାଜେଣି।

ଆଖିରେ ଭରିଛି ସ୍ଵପ୍ନ ଅସୁମାରି,

ଲଙ୍ଘି ଯିବାକୁ ଚାହେଁ ଦୂର ସାଗର ଗିରି।


ସୂର୍ଯ୍ୟ ଉଦୟେ ରାତ୍ରିର ମୃତ୍ୟୁ ,

ତନ୍ଦ୍ରା ଭାଙ୍ଗିଗଲେ ସ୍ଵପ୍ନର ମୃତ୍ୟୁ।

ଜାଣେନା ସେ କି ବା ବଣର ମଲ୍ଲୀ,

ଅବା ସେ କି ଏକ ଝରା ଶେଫାଳି!


ଦିଗର ସନ୍ଧାନେ ହୁଏ ଦିଶାହରା,

ଖୋଜୁଛି ଆଜି ସେ ନିଜ ଠିକଣା।

ଆଶ୍ଵାସନା ହୁଏ ମିଥ୍ୟା ପ୍ରତିଶୃତି,

ଆଇନା ଦେଖାଏ ମିଛ ପ୍ରତିଛବି।


କଳ୍ପିତ ନାଟକେ ସାଜେ ଅଭିନେତ୍ରୀ,

ଅନ୍ୟର ଯାତ୍ରାରେ ସାଜେ ସହଯାତ୍ରୀ।

ଅନ୍ୟ ପରିଚୟେ ହୁଏ ପରିଚିତା,

ଅସ୍ଥିତ୍ଵ ହରା ସେ ଖୋଜେ ଅସ୍ମିତା।





Comments

  1. ବାଃ ବାଃ ବହୁତ ସୁନ୍ଦର 👌👌👏। ନାରୀ ଅସ୍ତିତ୍ବର ବର୍ଣ୍ଣନା ବହୁତ ସୁନ୍ଦର ଭାବେ କରିଛନ୍ତି।
    କିଛି ଧାଡ଼ି ନାରୀ ଉଦ୍ଦେଶ୍ୟରେ 🙏👇

    ନିଜ ଅସ୍ତିତ୍ଵକୁ ହରାଇ ସିଏ
    ଅନ୍ୟ ପାଇଁ ଲୁହ ଲହୁ ଝରାଏ
    ଆଖିର କୋହକୁ ଛାତିରେ ଚାପି
    ସୁଖ ବାଣ୍ଟୁଥାଏ ସେ ହସିହସି।
    ସାର୍ଥକ ଦୁର୍ଲ୍ଲଭ ସେ ନାରୀ ଜନ୍ମ
    ଭାଗ୍ୟେ ଥିଲେ ମିଳେ ସେପରି ପୁଣ୍ୟ......(✍️ଗଗନ)

    ReplyDelete
    Replies
    1. ଧନ୍ୟବାଦ 🙏
      ଖୁବ ସୁନ୍ଦର ଲେଖିଛନ୍ତି 😍

      Delete

Post a Comment

Popular posts from this blog

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ଜୀବନ ତଥାପି ଅଛି ବାକି

ସତରେ କଣ ସବୁ ପ୍ରତିସ୍ଥାପନୀୟ?