Posts

Showing posts from December, 2020

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

Image
ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଥାପିଲି ଯେବେ ପୟର ଶ୍ରୀମନ୍ଦିରେ ତୁମର ବିସ୍ମରିଲି ଜଗତ ସଂସାର ଆଖି ଲାଖିଲା ଦେଖି ଶ୍ରୀମୁଖ ତୁମର ।   ଭାବିଥିଲି ସେ ଯେ ଜଗତ ସାମନ୍ତ ମନ ଜାଣି କାଳେ ଜିଣନ୍ତି ମନ ହେଲେ ପ୍ରତିଥର ହେଲା ବିସ୍ମରଣ ପ୍ରାପ୍ତୀଚ୍ଛାର୍ଥେ ଲୋଭିତ ଲୋଭୀ ମନ ।   ଜାଣେ ମୁଁ ତୁମ୍ଭେ ସର୍ବବ୍ୟାପ୍ତ ସ୍ଥୂଳେ ସୂକ୍ଷ୍ମେ ସର୍ବତ୍ର ବିରାଜିତ ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧ୍ଵରେ ତୁମେ ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ ତୁମେ ।   ତଥାପି ଏ ଅଜ୍ଞାନ ମୂଢ ମନ ଖୋଜେ ତୁମକୁ ହାରି ତନୁମନ ମନେ ଜନ୍ମ ନିଏ ପୁଣି ମିଛ ସ୍ପର୍ଦ୍ଧା ବାନ୍ଧି ରଖିବାକୁ ତୁମକୁ କରେ ଆସ୍ପର୍ଦ୍ଧା ।   ଜାଣେ ମୁଁ ତୁମେ ଯେ ଅରୂପ ତଥାପି ଦେବାକୁ ଚାହେଁ ରୂପ କେବେ ପଥରକୁ ଦିଏ ରୂପ ତ କେବେ ଚିତ୍ରରେ ଭରେ ରଙ୍ଗ । ତଥାପି ବୁଝେନା ଏ ମନ ମନେ ଭାଳେ ରତ୍ନବେଦୀରେ ଦର୍ଶନ କେତେ ସାଜସଜ୍ଜାରେ ସୁଶୋଭିତ ଭଳିକି ଭଳି ଧରନ୍ତି ରୂପ ।   କରିଛ କି ପ୍ରଭୂ ଅଭିମାନ ଫେରାଇ ନିଅ ତେଣୁ ନୟନ ଫିଟାଇବନି କି ପ୍ରଭୂ ଦ୍ଵାର ତୁମର ଦର୍ଶନୁ ବଞ୍ଚିତ ହେବ ନୟନ ମୋର ।   ତୁମେ ତ   ପ୍ରଭୂ ମାନଭଞ୍ଜନ ଭାଙ୍ଗିପାରିବ କେ ତୁମ୍ଭ ଅଭିମାନ ଦେଖ ପ୍ରଭୂ ଫେଡି କୃପାନୟନ ଧନ୍ୟ ହେବ ଏ ଦୀନ ଅକିଞ୍ଚନ ।
Image
MARITAL RAPE: A SOCIAL STIGMA When we talk about marital rape the first question that comes to mind is that what is marital rape? If it is happening within marriage, then how can it be called rape? Marital rape or spousal rape is non-consensual sex in which the culprit is the spouse of the victim. It is a form of domestic violence and sexual violence. In India rape is a penal offence under section 375 of Indian Penal code (IPC). However, marital rape does not come in the bracket of conviction. Exception 2 to section 375 exempts the unwilling sexual intercourse between the spouses from the definition of rape if they are above fifteen years of age. The society we live in has been governed by some traditions, rituals and set of rules and regulation set up by the patriarchal mindsets. Woman is always treated as a commodity, the property belonging to her father or brother before marriage and to her husband after marriage. Marriage in Indian society is considered as a sacred, unbreakable rel

ମୋ ଗାଁ

Image
ମୋ ଗାଁ ମୋ ଗାଁ.... ଅନବଦ୍ୟ ଏକ ଭାବନା , ସ୍ରଷ୍ଟାର ଅନିନ୍ଦ୍ୟ ସର୍ଜନା । ସୁନ୍ଦର ଏକ ତୃପ୍ତି , ଅଲିଭା ଏକ ଅନୁଭୂତି । ବିଦାୟ ଯେବେ ନିଏ ବିଭାବରୀ , ବିଭାବସୁ ବୋଳଇ ସିନ୍ଦୂରୀ । ଗ୍ରାମଦେବତୀଙ୍କ ମଙ୍ଗଳ ଆଳତି , ବିହଙ୍ଗେ ଶୁଣାନ୍ତି ମଧୁର ପ୍ରଭାତୀ । ପରିଚୟ ଆମ ସଂସ୍କୃତିର , ସାକ୍ଷୀ ଆମ ଇତିହାସର । କହିଯାଏ କେତେ ଅକୁହା କଥା , ଶୁଣାଏ କେତେ ଗୌରବ ଗାଥା । ବୈତରଣୀ ବିରୂପା ବ୍ରାହ୍ମଣୀ , ସଙ୍ଗମେ ସାଜେ ତ୍ରିବେଣୀ । ପୁଣ୍ୟ କ୍ଷେତ୍ରେ ବାରୁଣୀ , ସକଳ ପାତକ ନାଶିନୀ । ସ୍ମୃତି ବିସ୍ମୃତିର ଅନ୍ତରାଳେ , ଏସବୁ ଯେବେ ଛବି ତୋଳେ , ମନ ହୁଏ ଇତଃସ୍ତତଃ , ଖୋଜି ବସେ ନିଜ ଅସ୍ଥିତ୍ଵ ।