ମୋ ଗାଁ


ମୋ ଗାଁ

ମୋ ଗାଁ....


ଅନବଦ୍ୟ ଏକ ଭାବନା,

ସ୍ରଷ୍ଟାର ଅନିନ୍ଦ୍ୟ ସର୍ଜନା ।

ସୁନ୍ଦର ଏକ ତୃପ୍ତି,

ଅଲିଭା ଏକ ଅନୁଭୂତି ।


ବିଦାୟ ଯେବେ ନିଏ ବିଭାବରୀ,

ବିଭାବସୁ ବୋଳଇ ସିନ୍ଦୂରୀ ।

ଗ୍ରାମଦେବତୀଙ୍କ ମଙ୍ଗଳ ଆଳତି,

ବିହଙ୍ଗେ ଶୁଣାନ୍ତି ମଧୁର ପ୍ରଭାତୀ ।


ପରିଚୟ ଆମ ସଂସ୍କୃତିର,

ସାକ୍ଷୀ ଆମ ଇତିହାସର ।

କହିଯାଏ କେତେ ଅକୁହା କଥା,

ଶୁଣାଏ କେତେ ଗୌରବ ଗାଥା ।


ବୈତରଣୀ ବିରୂପା ବ୍ରାହ୍ମଣୀ,

ସଙ୍ଗମେ ସାଜେ ତ୍ରିବେଣୀ ।

ପୁଣ୍ୟ କ୍ଷେତ୍ରେ ବାରୁଣୀ,

ସକଳ ପାତକ ନାଶିନୀ ।


ସ୍ମୃତି ବିସ୍ମୃତିର ଅନ୍ତରାଳେ,

ଏସବୁ ଯେବେ ଛବି ତୋଳେ,

ମନ ହୁଏ ଇତଃସ୍ତତଃ,

ଖୋଜି ବସେ ନିଜ ଅସ୍ଥିତ୍ଵ ।




 



 

Comments

Popular posts from this blog

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ଜୀବନ ତଥାପି ଅଛି ବାକି

ସତରେ କଣ ସବୁ ପ୍ରତିସ୍ଥାପନୀୟ?