Posts

ବ୍ୟକ୍ତିତ୍ଵ

Image
ସୁନ୍ଦର ବ୍ୟକ୍ତିତ୍ବ କେବେ ପ୍ରଶଂସାର ଅଭିଳାଷ ରଖେନା, ବରଂ ସେ ଯେଉଁଠି ପ୍ରସ୍ଫୁଟିତ ହୁଏ ସେଠାରେ ବାସ ଚହଟାଇଥାଏ। ହଁ କେବେ କେବେ କସ୍ତୁରୀ ମୃଗ ଭଳି ନିଜ ସମ୍ପର୍କରେ ନିଜେ ଅଜ୍ଞ ହୋଇ ରହିଯାଏ ନହେଲେ ଲୋକଲୋଚନକୁ ଆସି ନପାରି ବଣମଲ୍ଲୀ ପରି ବଣରେ ଫୁଟି ଝଡିଯାଏ।

ଜୀବନ କ୍ଷଣ କ୍ଷଣକେ ଆନ

Image
ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ ପାଦ ବି ଅଟକିଗଲା ଆଉ ମୋର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ କଥା ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା ମୁଁ ଶେଷ କରି ପାରିଲି ତୁ ତୋ ବାଟରେ ଚାଲିଗଲୁ ଆଉ ମୁଁ ମୋ ବାଟରେ ଦୁଇଟି ସମାନ୍ତରାଳ ରାସ୍ତାରେ ଏମିତି ଛୋଟ ଛୋଟ କଥାରେ, ମନ ମାରି ବସିଲେ ମନେଇବ କିଏ? ଜୀବନ କ୍ଷଣ କ୍ଷଣକେ ଆନ ଆଜି ଅଛି କାଲି ନାହିଁ କାଲି ଯଦି କେହି ଚାଲିଯାଏ ତାହେଲେ ପସ୍ତେଇବ କିଏ?

Jayadeva

Image
ଉତ୍କଳୀୟ କାବ୍ୟଶାସ୍ତ୍ର ଜଗତର ଉଜ୍ଜ୍ବଳ ନକ୍ଷତ୍ର, ମହାନ ସଂସ୍କୃତ କବି, ଶ୍ରୀ ଗୀତଗୋବିନ୍ଦର ରଚୟିତା, ଯାହାଙ୍କର କାବ୍ୟ ସମ୍ପୂର୍ଣ୍ଣ କରିବାକୁ ସ୍ଵୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ କୁଟୀରରେ ପଦାର୍ପଣ କରିଥିଲେ, ସେ କବି ଜୟଦେବ। ଜୟଦେବ ୧୨୦୦ ଖ୍ରୀଷ୍ଟାବ୍ଦରେ ପ୍ରାଚୀ ନଦୀ କୁଳରେ କେନ୍ଦୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ"। ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା  କୋଣାର୍କ  ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା ।  ମାତ୍ର କେତେକ ଭିତ୍ତିହୀନ ତଥ୍ୟକୁ ଆଧାର କରି ବଙ୍ଗୀୟ ଗବେଷକ ମାନେ କବିଙ୍କ ଜନ୍ମସ୍ଥାନ ବାଂଲାଦେଶ ବୋଲି ପ୍ରମାଣ କରିବାକୁ ବୃଥା ପ୍ରୟାସ ମଧ୍ୟ କରିଛନ୍ତି। ମୈଥିଳୀ କବି ବିଦ୍ୟାପତି ଅଭିନବ ଗୀତଗୋବିନ୍ଦର ରଚୟିତା ହୋଇଥିବାରୁ କେତେକ ବିଶେଷଜ୍ଞ କବି ସମ୍ଭବତଃ ବିହାରର ତିରବୁତ୍ ନିକଟସ୍ଥ ବାହାନ ନଦୀ କୂଳରେ ଜନ୍ମ ହୋଇଥିବାର ମତ ପୋଷଣ କରନ୍ତି। ଗଙ୍ଗ ବଂଶର ରାଜୁତି ସମୟରେ କବି ଜୟଦେବ ଗୀତଗୋବିନ୍ଦ ରଚନା କରିଥିଲେ। ଗୀତଗୋବିନ୍ଦ ଭକ୍ତି ଆନ୍ଦୋଳନରେ ଏକ ପ୍ରମୁଖ କାବ୍ୟ ଭାବରେ ସ୍ଥାନ ପାଇଛି। ଦ୍ଵାଦଶ ଶତାବ୍ଦୀରେ ରଚିତ ଏହି କାବ୍ୟ ଗ୍ରନ୍ଥରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳା ଅତି ଚମତ୍କାର ଭାବରେ ଦର୍ଶାଯାଇଛି। ଶ୍ରୀରାଧା ବୈଷ୍ଣବ ଧର୍ମର ଏକ ଅଭିନ...