ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ

ନା ମୁଁ କହି ପାରିଲି

ତୋ ପାଦ ବି ଅଟକିଗଲା

ଆଉ ମୋର ବି ବାନ୍ଧି ହେଇଗଲା

କଥାଟା କହି ଦେଇଥିଲେ ତ

କଥା ସରି ଯାଇଥାନ୍ତା

କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ

ନା ମୁଁ ଶେଷ କରି ପାରିଲି

ତୁ ତୋ ବାଟରେ ଚାଲିଗଲୁ

ଆଉ ମୁଁ ମୋ ବାଟରେ

ଦୁଇଟି ସମାନ୍ତରାଳ ରାସ୍ତାରେ

ଏମିତି ଛୋଟ ଛୋଟ କଥାରେ,

ମନ ମାରି ବସିଲେ

ମନେଇବ କିଏ?

ଜୀବନ କ୍ଷଣ କ୍ଷଣକେ ଆନ

ଆଜି ଅଛି କାଲି ନାହିଁ

କାଲି ଯଦି କେହି ଚାଲିଯାଏ

ତାହେଲେ ପସ୍ତେଇବ କିଏ?




Comments

  1. ନୈରାଶ୍ୟ ର ଦସ୍ତଖତ ଠାରୁ ସ୍ୱୀକାରୋକ୍ତି ର ସଜଡ଼ା ଶବ୍ଦ ଯାଏଁ ଏକ ସୁନ୍ଦର ପ୍ରତିଫଳନ ର ଉପସ୍ଥିତି। ଆରମ୍ଭ ରେ ଯେତେ ଆଲୋଡ଼ନ, ଅନ୍ତ ରେ ସେତେ ଦରଦ ମାନଙ୍କର ଗହଳି। ଖୁବ୍ ଛୁଇଁଲା ମ୍ୟାମ୍, ପ୍ରଣାମ ଚଲାପଥ କୁସୁମିତ ହେଉ ଆପଣଙ୍କର।

    ReplyDelete

Post a Comment

Popular posts from this blog

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ଜୀବନ ତଥାପି ଅଛି ବାକି

ସତରେ କଣ ସବୁ ପ୍ରତିସ୍ଥାପନୀୟ?