Posts

କଟକ

Image
କଟକ    ହଜାର ବର୍ଷର ପୁରୁଣା ସହର ଯେତିକି ପୁରୁଣା ସେତିକି ନିଜର| ବାଉନ ବଜାର ତେପନ ଗଳି ବଖାଣି ବସିଲେ ନିଅଣ୍ଟ କାଳି| ନୃପ କେଶରୀଙ୍କ ପରିକଳ୍ପନା ବାଇମୁଣ୍ଡି ପୁଣି କରିଥିଲା ଚିନ୍ତା| ଐତିହ୍ୟ ସଂସ୍କୃତି କଳାର ସହର ରୂପା ତାରକସି ଚାନ୍ଦିର ସହର| କଟକୀ ରାଣୀ ମା କଟକ ଚଣ୍ଡୀ କଟକ ନଗର ମଉଡ ମଣି| ନଅତଳ ପ୍ରାସାଦ ଦୁର୍ଗ ପ୍ରାଚୀର ସାକ୍ଷୀ କଳିଙ୍ଗ ବୀର ପରାକ୍ରମର । କଳିଙ୍ଗ ଇତିହାସର ମୁକ ସାକ୍ଷୀ ଗଡ଼ଖାଇର ହଜିଲା ସ୍ରୋତ ଆଉ ଭଗ୍ନ ବାରବାଟୀ । ମହାନଦୀ ବୁକେ ନାଆଁ ମେଲେଇ ସାଧବ ଯାଉଥିଲା ବଣିଜ କରି । ବିପଣି ବିକେ ପୁଣି ମେଲେଇ ପସରା ସେଇ ନାମେ ଆଜି ଖ୍ୟାତ ବାଲିଯାତ୍ରା । ଭାଇଚାରାର ସହର , ଆପଣା ସହର ସଭିଙ୍କୁ ଆପଣାଏ କରି ନିଜର ନଥାଏ ଭେଦଭାବ ବାଛବିଚାର । ଦଶହରା ବି କଟକିଆର ଇଦ୍ ବି କଟକିଆର କଟକର ସବୁ ପର୍ବ କଟକିଆର । ଏ ସହର ଯାହାକୁ କରିଛି ନିଜର ସହଜେ କି ସେ ତାକୁ କରିପାରେ ପର !

ପରିସମାପ୍ତିର ପୂର୍ବରୁ

Image
ପରିସମାପ୍ତିର ଠିକ ପୂର୍ବରୁ ସବୁକିଛି ପୁଣି କାହିଁକି ଜୀବନ୍ତ ହୋଇଉଠେ! ସ୍ମୃତିର ବକ୍ଷ ଚିରି ଅତୀତ ଆଜି ଭାସି ଉଠେ ଜଳଜଳ କରି ଆଖି ଆଗରେ ।   ଇତିର ଅୟମାରମ୍ଭ ଆଗରୁ ଆରମ୍ଭ କାହିଁକି ଆଜି ପୁନଶ୍ଚ ସ୍ଵପ୍ନ ଦେଖାଏ ଆଉ ଏକ ନୂଆ ଆରମ୍ଭର! ଭିନ୍ନ ମୋଡ ନେବାକୁ ଚାହେଁ ଗତିପଥ ଜୀବନର , ବଦଳାଇଦେବାକୁ ଚାହେଁ ରୂପ ଇତିର।   ନାଟକରେ ଯବନୀକା ପଡିବା ଆଗରୁ ଶେଷ ଦୃଶ୍ୟର ଠିକ ଆଗରୁ ଭାସିଉଠନ୍ତି ମାନସପଟରେ କାହାଣୀର ଚରିତ୍ର ସବୁ ! ଇଚ୍ଛା ହୁଏ ଭିନ୍ନ ରୂପ ଦେବାକୁ କିଛି ଚରିତ୍ରକୁ ଲେଖିଦେବାକୁ ଆଉ ଏକ ନୂଆ ରୂପରେ।   ସମୟ ସରିଆସୁଥିବା ବେଳେ   ଅତୀତ କାହିଁକି ଜାବୁଡି ଧରେ ଜୋରରେ , ଆହୁରି ଜୋରରେ!   ନିଃଶ୍ଵାସ ଛାଡିଯାଉଥିବା ବେଳେ ବିଶ୍ଵାସ କାହିଁକି ହୋଇଉଠେ ଆହୁରି ଦୃଢରୁ ଦୃଢତର! ଜୀବନର ଆସକ୍ତି ବାନ୍ଧି ବସେ , ଆଉ କିଛି ସମୟ ବଞ୍ଚିଯିବାର ଆଶା । ଧରି ରଖିବାକୁ ଚାହେଁ ସମୟର ଡୋରି ଚିରକାଳ ଲାଗି ନିଜ ହାତମୁଠାରେ।   ସବୁ ଶେଷର ଆରମ୍ଭ ଆଗରୁ ହଠାତ ସବୁକିଛି ନୂଆ ରୂପରେ ପରିକଳ୍ପନାର ଆରମ୍ଭ ହୁଏ ହୃଦୟ କାହିଁକି ଉଦ୍‌ବେଳିତ ହୁଏ ସବୁ ପରିସମାପ୍ତିର ଠିକ ଆଗରୁ!  

ଜୀବନ ତଥାପି ଅଛି ବାକି

Image
  ବଡ଼ବୋଉ ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି । ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ , ସେ କେତେ କଥା ଗପିଯାଏ ମୋ ଆଗରେ । ମୁଁ ସେମିତି ବସି ଶୁଣୁଥାଏ । ଆଜି ବଡ଼ବୋଉ ନଥିଲେ ବି ତା କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡିଯାଏ । ଥରେ ସିଏ କହିଥିଲା , “ ଆତ୍ମହତ୍ୟା ମହାପାପ । କେବେ ଆତ୍ମହତ୍ୟା କରିବା ଅନୁଚିତ ” । ଆଜି ଯେତେବେଳେ ଭାବେ , ଭାବେ କି କେତେ ସହଜରେ କଥାଟା କହିଦେଲା ! ସବୁକିଛି ସବୁବେଳେ ସହିଯିବା କ ’ ଣ ସହଜ କଥା ! ବେଳେବେଳେ କ ’ ଣ ଇଚ୍ଛା ହୁଏନି , ଏସବୁଠୁ ଦୂରକୁ , ବହୁ ଦୂରକୁ ଚାଲିଯିବା ପାଇଁ ! ନା ଥିବ ଉପସ୍ଥିତି , ନା ଥିବ କଷ୍ଟ , ଯନ୍ତ୍ରଣା । ମଣିଷ ଥିଲେ ତ ଏତେସବୁ ସହିବ ! କିନ୍ତୁ ତା ପରେ କ ’ ଣ ହେବ ! ପରର ସ୍ଥିତି ଭାବିଲେ ଲାଗେ , ଏଇଟା କ ’ ଣ ଥିଲା ସମାଧାନ ! ମଣିଷ ଅପସରି ଗଲେ ସମସ୍ୟା ତ ଅପସରି ଯିବନି ! ନିଜେ ହାରିଯିବା ସଙ୍ଗେ ସଙ୍ଗେ ଅନେକ ଭଲ ପାଉଥିବା ଲୋକ ବି ହାରିଯିବେ । ଥରେ ଭାବି ଦେଖିଲେ ! ଆପଣ ସବୁଦିନ କାମ ସାରି ଯେତେବେଳେ ଘରକୁ ଫେରନ୍ତି , ଘରେ କେହି ଜଣେ ଆପଣଙ୍କ ବାଟ ଚାହିଁ ବସିଥିବ । କେହି ଜଣେ ଅଖିଆ ଅପିଆ ଅନେଇ ବସିଥିବ, ଆସିଲେ ସାଙ୍ଗ ହୋଇ ଖାଇବ ବୋଲି । କେହି ଜଣେ ଆପଣଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବ , ଆପ