ସତରେ କଣ ସବୁ ପ୍ରତିସ୍ଥାପନୀୟ?



କଥାରେ ଅଛି,
କିଛି ଘଟିତ ହେବା ପଛରେ
ଥାଏ ଏକ ଅନ୍ତର୍ନିହିତ କାରଣ।
କିନ୍ତୁ କ’ଣ ସେଇ କାରଣ?
ଉକ୍ତିଟି ତେଣୁ ମନେହୁଏ ଅବିଶ୍ଵସନୀୟ।
କିନ୍ତୁ ମନରେ ବିଶ୍ବାସ ଭରିଦେଲା ତୁମ ଉପସ୍ଥିତି।
ରାକ୍ଷୀ ବାନ୍ଧିବାକୁ ହାତଟିଏ ଖୋଜୁଥିଲି,
ତମେ ହାତ ଆଗକୁ ବଢାଇଥିଲ।
କେମିତି ଚିତ୍ରଣ କରିବି ତୁମକୁ?
କେଉଁ ରଙ୍ଗତୁଳୀ ନେଇ ଆଙ୍କିବି?
ଶବ୍ଦ ବି ଅଭାବ ପଡିଯାଉଛି,
କେଉଁ ଶବ୍ଦରେ ବା ବର୍ଣ୍ଣନା କରିବି?
ପୁରୁଣା ପୃଷ୍ଠା ସବୁ ଓଲଟାଇଲେ,
ସବୁ ପୃଷ୍ଠାରେ ମିଳିବ ତୁମରି ସତ୍ତା।
ଅନ୍ଧାର ଗଳିରେ ହଜିଯାଇଥିଲି,
ଆଲୋକର ପଥ ଦେଖାଇଲ ତମେ।
ପଥହରା ପଥିକଟେ ଥିଲି,
ରାସ୍ତା ଦେଖାଇଲ ତମେ।
ଶିଖରଟା ତୀକ୍ଷ୍ଣ ଥିଲା,
ହାତ ଧରିନେଲ ତମେ।
ମନଟା ଇତଃସ୍ତତଃ ଥିଲା,
ସ୍ଥିରତା ଆଣିଦେଲ ତମେ।
ସାହାରାଟେ ଖୋଜୁଥିଲି,
ଦୁର୍ଗପ୍ରାଚୀର ସମ ଦଣ୍ଡାୟମାନ ଥିଲ ତମେ।
କଥାରେ ଅଛି,
ସବୁକିଛି ପ୍ରତିସ୍ଥାପନୀୟ।
କିନ୍ତୁ ସତରେ କ’ଣ ସବୁ ପ୍ରତିସ୍ଥାପନୀୟ?

 

Comments

  1. ବାଃ ବହୁତ ସୁନ୍ଦର ହେଇଛି। ହେଲେ ଏଠି ସେହି କିଏ ଜଣକ ଭଗବାନ ନା ଆଃଉ କିଏ

    ReplyDelete

Post a Comment

Popular posts from this blog

ଜୀବନ ତଥାପି ଅଛି ବାକି

THE BIGGEST LIAR

ଜୀବନ କ୍ଷଣ କ୍ଷଣକେ ଆନ