Posts

ସତରେ କଣ ସବୁ ପ୍ରତିସ୍ଥାପନୀୟ?

Image
କଥାରେ ଅଛି, କିଛି ଘଟିତ ହେବା ପଛରେ ଥାଏ ଏକ ଅନ୍ତର୍ନିହିତ କାରଣ। କିନ୍ତୁ କ’ଣ ସେଇ କାରଣ? ଉକ୍ତିଟି ତେଣୁ ମନେହୁଏ ଅବିଶ୍ଵସନୀୟ। କିନ୍ତୁ ମନରେ ବିଶ୍ବାସ ଭରିଦେଲା ତୁମ ଉପସ୍ଥିତି। ରାକ୍ଷୀ ବାନ୍ଧିବାକୁ ହାତଟିଏ ଖୋଜୁଥିଲି, ତମେ ହାତ ଆଗକୁ ବଢାଇଥିଲ। କେମିତି ଚିତ୍ରଣ କରିବି ତୁମକୁ? କେଉଁ ରଙ୍ଗତୁଳୀ ନେଇ ଆଙ୍କିବି? ଶବ୍ଦ ବି ଅଭାବ ପଡିଯାଉଛି, କେଉଁ ଶବ୍ଦରେ ବା ବର୍ଣ୍ଣନା କରିବି? ପୁରୁଣା ପୃଷ୍ଠା ସବୁ ଓଲଟାଇଲେ, ସବୁ ପୃଷ୍ଠାରେ ମିଳିବ ତୁମରି ସତ୍ତା। ଅନ୍ଧାର ଗଳିରେ ହଜିଯାଇଥିଲି, ଆଲୋକର ପଥ ଦେଖାଇଲ ତମେ। ପଥହରା ପଥିକଟେ ଥିଲି, ରାସ୍ତା ଦେଖାଇଲ ତମେ। ଶିଖରଟା ତୀକ୍ଷ୍ଣ ଥିଲା, ହାତ ଧରିନେଲ ତମେ। ମନଟା ଇତଃସ୍ତତଃ ଥିଲା, ସ୍ଥିରତା ଆଣିଦେଲ ତମେ। ସାହାରାଟେ ଖୋଜୁଥିଲି, ଦୁର୍ଗପ୍ରାଚୀର ସମ ଦଣ୍ଡାୟମାନ ଥିଲ ତମେ। କଥାରେ ଅଛି, ସବୁକିଛି ପ୍ରତିସ୍ଥାପନୀୟ। କିନ୍ତୁ ସତରେ କ’ଣ ସବୁ ପ୍ରତିସ୍ଥାପନୀୟ?  

THE BIGGEST LIAR

Image
            THE BIGGEST LIAR                           A poet is the best liar , Who can weave her magic And spin words into poems, Gives facts the colour of fiction And says reality has no connection. A poet is a soul stirrer She can stir your heart Can stir your mind Can soothe your pain Can take you to the dreamland Can light up your world A poet is a mirror And her poem is the reflection Reflection of the heartaches Reflection of the joys and sorrows Reflection of the plights Reflection of the sights Reflection of you Reflection of me Reflection of millions of souls A poet is an amorphous She lives many characters And says, I am nothing but a character. A poet is the biggest liar.

ଅଭାବୀ ସହର

Image
ଭାରି ଅଭାବୀ ସହର ଇଏ। ଏତେ କୋଳାହଳ ଭିତରେ ବି ଅନୁଭୂତ ହୁଏ ଭୀଷଣ ଏକ ନୀରବତା ଏତେ ରଙ୍ଗରେ ରଙ୍ଗାୟିତ ଅଥଚ ସବୁ ଲାଗେ ଫିକା ଫିକା। ନାହିଁ ନାହିଁର ସହରରେ ସବୁ ଅଛି, ପୁଣି କିଛି ନାହିଁ। ଯୁଆଡ଼େ ଦେଖ, ମଣିଷର ଭିଡ଼ ଅଥଚ ଭିଡ଼ ଭିତରେ ହଜିଯାଇଛି ମଣିଷ। ଜୀବନ ଅଛି, ହେଲେ ସେ ନିର୍ଜୀବ ସେ ଚଳିଷ୍ଣୁ, ହେଲେ ଜଡ। ଖାଦ୍ୟ ଅଛି, ଭୋକ ନାହିଁ ଭୋକ ଥିଲେ ଦାନା ନାହିଁ। ସମ୍ପର୍କ ଅଛି, ଆତ୍ମୀୟତା ନାହିଁ ପୁଣି କେବେ ଆତ୍ମୀୟତା ଥାଇ, ସମ୍ପର୍କର କିଛି ପରିଚୟ ନାହିଁ। ଠିକଣା ଅଛି, ପରିଚୟ ନାହିଁ ପୁଣି ପରିଚୟ ଥାଇ ଠିକଣା ନାହିଁ। ଭାବନା ଅଛି, ଭାଷା ନାହିଁ କାହାଣୀ ଅଛି, କଥାକାର ନାହିଁ କଳ୍ପନା ଅଛି, ରୂପ ନାହିଁ ପୁଣି ରୂପ ଥିଲେ ରୂପକାର ନାହିଁ। ଅଚଳାଚଳ ସମ୍ପତ୍ତି ଥାଇ କିଏ ଦରିଦ୍ର ଆଉ କପର୍ତ୍ତକ ଶୂନ୍ୟ ହୋଇ ବି କିଏ ଧନୀ ସବୁ ହରେଇ କିଏ ସବୁକିଛି ପାଇଯାଏ ଆଉ ସବୁକିଛି ପାଇକି ବି କିଏ ରିକ୍ତହସ୍ତେ ରହିଯାଏ। ସତରେ! ଭାରି ଅଭାବୀ ଏ ସହର।

Power of 'WORD'

Image
I am the ambrosia I am the poison I can be the best medicine  I can be more toxic than venom I can make you I can destroy you I can build a relation I can break a relation I can ease your conscience I can throw you into a blue funk I can show you light at end of tunnel I can blow out your candle of hope I can be the source of motivation I can be the cause of demotivation I can be the shelter for the broken I can shatter your soul I can be the stairs to your dreams I can reopen your old wounds I can express you I can depress you Literature is incomplete without me I am the basic unit with meaning Linguists call me the ‘word'

Is everything replaceable?

Image
They say everything happens for a reason,  I didn’t believe, You made me believe. I didn’t have a brother, You became the one. How can I portray you? When I turn the pages of my life, On each page I find a picture of you I was in dark, You showed me the light. I was wandering, You showed me the path. The hill was steep to climb, You pulled me up. I was confused, Your guidance made me go through. I was longing for a support, You stood up like a wall. They say everything is replaceable, But who will replace you?

ବ୍ୟକ୍ତିତ୍ଵ

Image
ସୁନ୍ଦର ବ୍ୟକ୍ତିତ୍ବ କେବେ ପ୍ରଶଂସାର ଅଭିଳାଷ ରଖେନା, ବରଂ ସେ ଯେଉଁଠି ପ୍ରସ୍ଫୁଟିତ ହୁଏ ସେଠାରେ ବାସ ଚହଟାଇଥାଏ। ହଁ କେବେ କେବେ କସ୍ତୁରୀ ମୃଗ ଭଳି ନିଜ ସମ୍ପର୍କରେ ନିଜେ ଅଜ୍ଞ ହୋଇ ରହିଯାଏ ନହେଲେ ଲୋକଲୋଚନକୁ ଆସି ନପାରି ବଣମଲ୍ଲୀ ପରି ବଣରେ ଫୁଟି ଝଡିଯାଏ।

ଜୀବନ କ୍ଷଣ କ୍ଷଣକେ ଆନ

Image
ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ ପାଦ ବି ଅଟକିଗଲା ଆଉ ମୋର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ କଥା ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା ମୁଁ ଶେଷ କରି ପାରିଲି ତୁ ତୋ ବାଟରେ ଚାଲିଗଲୁ ଆଉ ମୁଁ ମୋ ବାଟରେ ଦୁଇଟି ସମାନ୍ତରାଳ ରାସ୍ତାରେ ଏମିତି ଛୋଟ ଛୋଟ କଥାରେ, ମନ ମାରି ବସିଲେ ମନେଇବ କିଏ? ଜୀବନ କ୍ଷଣ କ୍ଷଣକେ ଆନ ଆଜି ଅଛି କାଲି ନାହିଁ କାଲି ଯଦି କେହି ଚାଲିଯାଏ ତାହେଲେ ପସ୍ତେଇବ କିଏ?