Posts

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

Image
ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଥାପିଲି ଯେବେ ପୟର ଶ୍ରୀମନ୍ଦିରେ ତୁମର ବିସ୍ମରିଲି ଜଗତ ସଂସାର ଆଖି ଲାଖିଲା ଦେଖି ଶ୍ରୀମୁଖ ତୁମର ।   ଭାବିଥିଲି ସେ ଯେ ଜଗତ ସାମନ୍ତ ମନ ଜାଣି କାଳେ ଜିଣନ୍ତି ମନ ହେଲେ ପ୍ରତିଥର ହେଲା ବିସ୍ମରଣ ପ୍ରାପ୍ତୀଚ୍ଛାର୍ଥେ ଲୋଭିତ ଲୋଭୀ ମନ ।   ଜାଣେ ମୁଁ ତୁମ୍ଭେ ସର୍ବବ୍ୟାପ୍ତ ସ୍ଥୂଳେ ସୂକ୍ଷ୍ମେ ସର୍ବତ୍ର ବିରାଜିତ ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧ୍ଵରେ ତୁମେ ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ ତୁମେ ।   ତଥାପି ଏ ଅଜ୍ଞାନ ମୂଢ ମନ ଖୋଜେ ତୁମକୁ ହାରି ତନୁମନ ମନେ ଜନ୍ମ ନିଏ ପୁଣି ମିଛ ସ୍ପର୍ଦ୍ଧା ବାନ୍ଧି ରଖିବାକୁ ତୁମକୁ କରେ ଆସ୍ପର୍ଦ୍ଧା ।   ଜାଣେ ମୁଁ ତୁମେ ଯେ ଅରୂପ ତଥାପି ଦେବାକୁ ଚାହେଁ ରୂପ କେବେ ପଥରକୁ ଦିଏ ରୂପ ତ କେବେ ଚିତ୍ରରେ ଭରେ ରଙ୍ଗ । ତଥାପି ବୁଝେନା ଏ ମନ ମନେ ଭାଳେ ରତ୍ନବେଦୀରେ ଦର୍ଶନ କେତେ ସାଜସଜ୍ଜାରେ ସୁଶୋଭିତ ଭଳିକି ଭଳି ଧରନ୍ତି ରୂପ ।   କରିଛ କି ପ୍ରଭୂ ଅଭିମାନ ଫେରାଇ ନିଅ ତେଣୁ ନୟନ ଫିଟାଇବନି କି ପ୍ରଭୂ ଦ୍ଵାର ତୁମର ଦର୍ଶନୁ ବଞ୍ଚିତ ହେବ ନୟନ ମୋର ।   ତୁମେ ତ   ପ୍ରଭୂ ମାନଭଞ୍ଜନ ଭାଙ୍ଗିପାରିବ କେ ତୁମ୍ଭ ଅଭିମାନ ଦେଖ ପ୍ରଭୂ ଫେଡି କୃପାନୟନ ଧନ୍ୟ ହେବ ଏ ଦୀନ ଅକିଞ୍ଚନ ।
Image
MARITAL RAPE: A SOCIAL STIGMA When we talk about marital rape the first question that comes to mind is that what is marital rape? If it is happening within marriage, then how can it be called rape? Marital rape or spousal rape is non-consensual sex in which the culprit is the spouse of the victim. It is a form of domestic violence and sexual violence. In India rape is a penal offence under section 375 of Indian Penal code (IPC). However, marital rape does not come in the bracket of conviction. Exception 2 to section 375 exempts the unwilling sexual intercourse between the spouses from the definition of rape if they are above fifteen years of age. The society we live in has been governed by some traditions, rituals and set of rules and regulation set up by the patriarchal mindsets. Woman is always treated as a commodity, the property belonging to her father or brother before marriage and to her husband after marriage. Marriage in Indian society is considered as a sacred, unbreakable rel...

ମୋ ଗାଁ

Image
ମୋ ଗାଁ ମୋ ଗାଁ.... ଅନବଦ୍ୟ ଏକ ଭାବନା , ସ୍ରଷ୍ଟାର ଅନିନ୍ଦ୍ୟ ସର୍ଜନା । ସୁନ୍ଦର ଏକ ତୃପ୍ତି , ଅଲିଭା ଏକ ଅନୁଭୂତି । ବିଦାୟ ଯେବେ ନିଏ ବିଭାବରୀ , ବିଭାବସୁ ବୋଳଇ ସିନ୍ଦୂରୀ । ଗ୍ରାମଦେବତୀଙ୍କ ମଙ୍ଗଳ ଆଳତି , ବିହଙ୍ଗେ ଶୁଣାନ୍ତି ମଧୁର ପ୍ରଭାତୀ । ପରିଚୟ ଆମ ସଂସ୍କୃତିର , ସାକ୍ଷୀ ଆମ ଇତିହାସର । କହିଯାଏ କେତେ ଅକୁହା କଥା , ଶୁଣାଏ କେତେ ଗୌରବ ଗାଥା । ବୈତରଣୀ ବିରୂପା ବ୍ରାହ୍ମଣୀ , ସଙ୍ଗମେ ସାଜେ ତ୍ରିବେଣୀ । ପୁଣ୍ୟ କ୍ଷେତ୍ରେ ବାରୁଣୀ , ସକଳ ପାତକ ନାଶିନୀ । ସ୍ମୃତି ବିସ୍ମୃତିର ଅନ୍ତରାଳେ , ଏସବୁ ଯେବେ ଛବି ତୋଳେ , ମନ ହୁଏ ଇତଃସ୍ତତଃ , ଖୋଜି ବସେ ନିଜ ଅସ୍ଥିତ୍ଵ ।    

ସତରେ କଣ ସବୁ ପ୍ରତିସ୍ଥାପନୀୟ?

Image
କଥାରେ ଅଛି, କିଛି ଘଟିତ ହେବା ପଛରେ ଥାଏ ଏକ ଅନ୍ତର୍ନିହିତ କାରଣ। କିନ୍ତୁ କ’ଣ ସେଇ କାରଣ? ଉକ୍ତିଟି ତେଣୁ ମନେହୁଏ ଅବିଶ୍ଵସନୀୟ। କିନ୍ତୁ ମନରେ ବିଶ୍ବାସ ଭରିଦେଲା ତୁମ ଉପସ୍ଥିତି। ରାକ୍ଷୀ ବାନ୍ଧିବାକୁ ହାତଟିଏ ଖୋଜୁଥିଲି, ତମେ ହାତ ଆଗକୁ ବଢାଇଥିଲ। କେମିତି ଚିତ୍ରଣ କରିବି ତୁମକୁ? କେଉଁ ରଙ୍ଗତୁଳୀ ନେଇ ଆଙ୍କିବି? ଶବ୍ଦ ବି ଅଭାବ ପଡିଯାଉଛି, କେଉଁ ଶବ୍ଦରେ ବା ବର୍ଣ୍ଣନା କରିବି? ପୁରୁଣା ପୃଷ୍ଠା ସବୁ ଓଲଟାଇଲେ, ସବୁ ପୃଷ୍ଠାରେ ମିଳିବ ତୁମରି ସତ୍ତା। ଅନ୍ଧାର ଗଳିରେ ହଜିଯାଇଥିଲି, ଆଲୋକର ପଥ ଦେଖାଇଲ ତମେ। ପଥହରା ପଥିକଟେ ଥିଲି, ରାସ୍ତା ଦେଖାଇଲ ତମେ। ଶିଖରଟା ତୀକ୍ଷ୍ଣ ଥିଲା, ହାତ ଧରିନେଲ ତମେ। ମନଟା ଇତଃସ୍ତତଃ ଥିଲା, ସ୍ଥିରତା ଆଣିଦେଲ ତମେ। ସାହାରାଟେ ଖୋଜୁଥିଲି, ଦୁର୍ଗପ୍ରାଚୀର ସମ ଦଣ୍ଡାୟମାନ ଥିଲ ତମେ। କଥାରେ ଅଛି, ସବୁକିଛି ପ୍ରତିସ୍ଥାପନୀୟ। କିନ୍ତୁ ସତରେ କ’ଣ ସବୁ ପ୍ରତିସ୍ଥାପନୀୟ?  

THE BIGGEST LIAR

Image
            THE BIGGEST LIAR                           A poet is the best liar , Who can weave her magic And spin words into poems, Gives facts the colour of fiction And says reality has no connection. A poet is a soul stirrer She can stir your heart Can stir your mind Can soothe your pain Can take you to the dreamland Can light up your world A poet is a mirror And her poem is the reflection Reflection of the heartaches Reflection of the joys and sorrows Reflection of the plights Reflection of the sights Reflection of you Reflection of me Reflection of millions of souls A poet is an amorphous She lives many characters And says, I am nothing but a character. A poet is the biggest liar.

ଅଭାବୀ ସହର

Image
ଭାରି ଅଭାବୀ ସହର ଇଏ। ଏତେ କୋଳାହଳ ଭିତରେ ବି ଅନୁଭୂତ ହୁଏ ଭୀଷଣ ଏକ ନୀରବତା ଏତେ ରଙ୍ଗରେ ରଙ୍ଗାୟିତ ଅଥଚ ସବୁ ଲାଗେ ଫିକା ଫିକା। ନାହିଁ ନାହିଁର ସହରରେ ସବୁ ଅଛି, ପୁଣି କିଛି ନାହିଁ। ଯୁଆଡ଼େ ଦେଖ, ମଣିଷର ଭିଡ଼ ଅଥଚ ଭିଡ଼ ଭିତରେ ହଜିଯାଇଛି ମଣିଷ। ଜୀବନ ଅଛି, ହେଲେ ସେ ନିର୍ଜୀବ ସେ ଚଳିଷ୍ଣୁ, ହେଲେ ଜଡ। ଖାଦ୍ୟ ଅଛି, ଭୋକ ନାହିଁ ଭୋକ ଥିଲେ ଦାନା ନାହିଁ। ସମ୍ପର୍କ ଅଛି, ଆତ୍ମୀୟତା ନାହିଁ ପୁଣି କେବେ ଆତ୍ମୀୟତା ଥାଇ, ସମ୍ପର୍କର କିଛି ପରିଚୟ ନାହିଁ। ଠିକଣା ଅଛି, ପରିଚୟ ନାହିଁ ପୁଣି ପରିଚୟ ଥାଇ ଠିକଣା ନାହିଁ। ଭାବନା ଅଛି, ଭାଷା ନାହିଁ କାହାଣୀ ଅଛି, କଥାକାର ନାହିଁ କଳ୍ପନା ଅଛି, ରୂପ ନାହିଁ ପୁଣି ରୂପ ଥିଲେ ରୂପକାର ନାହିଁ। ଅଚଳାଚଳ ସମ୍ପତ୍ତି ଥାଇ କିଏ ଦରିଦ୍ର ଆଉ କପର୍ତ୍ତକ ଶୂନ୍ୟ ହୋଇ ବି କିଏ ଧନୀ ସବୁ ହରେଇ କିଏ ସବୁକିଛି ପାଇଯାଏ ଆଉ ସବୁକିଛି ପାଇକି ବି କିଏ ରିକ୍ତହସ୍ତେ ରହିଯାଏ। ସତରେ! ଭାରି ଅଭାବୀ ଏ ସହର।

Power of 'WORD'

Image
I am the ambrosia I am the poison I can be the best medicine  I can be more toxic than venom I can make you I can destroy you I can build a relation I can break a relation I can ease your conscience I can throw you into a blue funk I can show you light at end of tunnel I can blow out your candle of hope I can be the source of motivation I can be the cause of demotivation I can be the shelter for the broken I can shatter your soul I can be the stairs to your dreams I can reopen your old wounds I can express you I can depress you Literature is incomplete without me I am the basic unit with meaning Linguists call me the ‘word'